ବୃହତ୍ ପୃଥିବୀ ଏକ ଅନୁଦିତ ଗଳ୍ପ ସଙ୍କଳନ l ଏଥିରେ ବିଭିନ୍ନ ଭାରତୀୟ ଭାଷାରେ ପାଞ୍ଚ ଜଣ ପ୍ରଥିତଯଶା ଗାଳ୍ପିକଙ୍କର ପାଞ୍ଚ ଗୋଟି ଅନୁଦିତ ଗଳ୍ପ ସ୍ଥାନିତ ହୋଇଛି l ଏହା ପୂର୍ବରୁ ଷ୍ଟୋରୀମିରରର ସହ ପ୍ରତିଷ୍ଠାତା ଶ୍ରୀ ବିଭୁଦତ୍ତ ରାଉତଙ୍କର ଇଂରାଜୀ ଉପନ୍ୟାସ ‘ହ୍ୱିଲ୍ସ୍ ଅଫ୍ ଓ୍ୱିସ୍’ର ଓଡିଆ ଅନୁବାଦ ‘ଅଭିଳାଷର ଆବର୍ତ୍ତନ’ (ଶ୍ରୀ ପାତ୍ରଙ୍କ ଦ୍ୱାରା ଅନୁଦିତ) ପ୍ରକାଶିତ ହୋଇ ସାରିଛି l ଅବସର ପ୍ରାପ୍ତ ଓଡିଶା ଅର୍ଥସେବା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାତ୍ର ଅନୁବାଦ ସାହିତ୍ୟରେ ରୁଚି ରଖନ୍ତି . ଷ୍ଟୋରୀମିରର୍, ବ୍ରହ୍ମପୁର ସାହିତ୍ୟ ପରିଷଦ ଭଳି ସଂସ୍ଥା ଠାରୁ ପୁରସ୍କୃତ ହୋଇଥିବା ଶ୍ରୀ ପାତ୍ର ଜଣେ ଭଲ ପାଠକ, ସମାଲୋଚକ ଓ ପ୍ରାବନ୍ଧିକ . ତାଙ୍କର ଅନେକ ଅନୁବାଦ ଗଳ୍ପ ଓଡିଶାର ସ୍ୱନାମଧନ୍ୟ ପତ୍ରପତ୍ରିକାରେ ସ୍ଥାନ ପାଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି .