ପାଳି ଗଳ୍ପ ସଂକଳନ ପୁସ୍ତକରେ ସନ୍ନିବେଷିତ ପ୍ରତ୍ୟକ ଗଳ୍ପ ପାଠକକୁ ଗଭୀର ଭାବରେ ପ୍ରଭାବିତ କରିବ । ନିତିଦିନିଆ ଜୀବନରେ ଆଖି ସାମ୍ନାରେ ଘଟି ଯାଉଥିବା ଅନେକ ଅତି ସାଧାରଣ ଘଟଣାବଳୀକୁ ପୃଷ୍ଠଭୂମି କରି ଗଳ୍ପ ଗୁଡିକ ରଚିତ ହୋଇଛି। ସବୁଠାରୁ ବଡ କଥା ହେଲା ପ୍ରତିଟି ଗଳ୍ପ ସ୍ବତନ୍ତ୍ର ଓ ମୌଳିକ । ତେଣୁ ଗଳ୍ପ ପାଠ କରିବା ସମୟରେ ପାଠକ ନୂତନତ୍ୱର ସ୍ୱାଦ ଆସ୍ଵାଦନ କରି ବିମୋହିତ ହେବେ ଏଥିରେ ସନ୍ଦେହ ନାହିଁ। ଓଡିଆ ଭାଷା ଓ ସଂସ୍କୃତିର ଗାରିମା ବହନ କରୁଥିବା ‘ ପାଳି ‘ ଗଳ୍ପ ସଂକଳନ ସାହିତ୍ୟ ଜଗତରେ ଏକ ନୂତନ ସକାଳକୁ ଜନ୍ମ ଦେବ ବୋଲି ଲେଖକଙ୍କର ଦୃଢ ଆଶା ଓ ବିଶ୍ବାସ