About the Book:
ସକାଳର କଅଁଳ ସୂର୍ଯ୍ୟକିରଣର ସ୍ପର୍ଶରେ ହାଲୁକା ଲାଗେ ମନ, ଭାବନାର ଆଦ୍ୟ ସ୍ରୋତରେ ଭାସିଆସନ୍ତି କୂଳକୁ ସବିତା, ରୋମା, ସରଗୀ ଆଦି ଚରିତ୍ରମାନେ । ଜୀବନର ବିବିଧ ରଙ୍ଗକୁ ଭିନ୍ନ ଢ଼ଙ୍ଗରେ ଅନୁଭବକରି ସ୍ରୋତ ମୁହାଁ ହୁଅନ୍ତି ସୁବ୍ରତବାବୁଙ୍କ ଠାରୁ ବିଶୁ ମାଢୀ ପରି ଚରିତ୍ର ଗୁଡିକ । ଏ ସମସ୍ତଙ୍କର କିଛି ଦେଖା ଅଦେଖା ଜୀବନ ଚିତ୍ରର ରୂପାୟନ ହିଁ ଏହି ଗଳ୍ପ ସଂକଳନ ‘ଆଦ୍ୟ ସ୍ରୋତ’ ।
About the Author:
‘ଆଦ୍ୟ ସ୍ରୋତ’ ଗଳ୍ପ ସଂକଳନର ଲେଖିକା ରାଜଲକ୍ଷ୍ମୀ ତ୍ରିପାଠୀ ଶିକ୍ଷକତା ବୃତ୍ତିରେ ଓଡ଼ିଶା ଶିକ୍ଷା ସେବାରୁ ସେବା ନିବୃତ୍ତ । ତାଙ୍କର କବିତା, ଗଳ୍ପ ଓ ପ୍ରବନ୍ଧ ଗୁଡିକ ବିଭିନ୍ନ ପତ୍ରିକା ଓ ଖବରକାଗଜରେ ପ୍ରକାଶିତ ହୋଇ ଆଦୃତ । ତାଙ୍କର ଦୁଇଟି ପ୍ରକାଶିତ କବିତା ସଂକଳନ ‘ଅମୃତ ନିର୍ଝର’ ଓ ‘ଏକାୟନ’ । ଲେଖିକା ଷ୍ଟୋରିମିରର୍ ତରଫରୁ ସାରସ୍ୱତ ସମ୍ମାନ
( ୨୦୨୦)ରେ ସମ୍ମାନିତା ।