ସାଧାରଣ ଆଖିରେ ବର୍ଷା ଏକ ପ୍ରାକୃତିକ ପ୍ରକ୍ରିୟା । ହେଲେ କବିର ଆଖିରେ ବର୍ଷା କେତେବେଳେ ଗୋଟିଏ ଅଝଟ ଅମାନିଆ ଝିଅ ପାଲଟି ଯାଏ ତ କେତେବେଳେ ଆକାଶ ଆଖିର ଲୁହ ହୋଇ ବୋହୁଥାଏ । ମୋ ଆଖିରେ କିନ୍ତୁ ବର୍ଷା ଧରା ପଡି ଯାଇଥିଲା ଏକ ଅଭିମାନିନୀ ପ୍ରିୟତ୍ତମା ରୂପରେ । ମୁଁ ତା ସହ ହସୁଥିଲି, ଗପୁଥିଲି, ସୁଖ, ଦୁଃଖ, ମାନ , ଅଭିମାନ ବାଣ୍ଟୁଥିଲି । କେତେବେଳେ ସେ ମୋ ଆଖିରେ ଲୁହ ଦେଉଥିଲା ତ କେତେବେଳେ ମୋ ଆଖିରୁ ଲୁହ ନେଇ ନିଜେ ଝରି ଯାଉଥିଲା । ସେ ଆସିଲା ବେଳେ ଶ୍ରାବଣ ସହିତ ସ୍ୱାଗତ କରିଥିଲି ତ ଭାଦ୍ରବରେ ବିଦାୟ ଦେଇ ଶ୍ରାବଣକୁ ସାଥିରେ ଧରି ଆସିବାକୁ ନିମନ୍ତ୍ରଣ ଦେଇଥିଲି । ବର୍ଷା କବିତା ଗୁଛର ପ୍ରତିଟି କବିତା ଏଇ ଭାବକୁ ନେଇ ପରିପୁଷ୍ଟ । ଆଶା କରେ ପାଠକ ମାନଙ୍କ ଦ୍ୱାରା ଏହି ସଂକଳନଟି ଆଦୃତ ହେବ । ବୃତ୍ତିରେ ଡାକ୍ତର୍, ନିଶାରେ ସାହିତ୍ୟ ସାଧକ ଶ୍ରୀ ବିଜୟ କୁମାର ପୃଷ୍ଟିଙ୍କର ଅଦ୍ୟାବଧି ଦୁଇଟି କବିତା ପୁସ୍ତକ ପ୍ରକାଶ ପାଇ ବେଶ୍ ପାଠକୀୟ ଶ୍ରଦ୍ଧା ହାସଲ କରିଛି .