ଲୋଡ଼ା ଗୋଟେ ନୂଆ ଦୁଃଖ” କବିତା ସଂକଳନ ସମୁଦାୟ ୬୩ଟି କ୍ଷୁଦ୍ର କବିତାର ସମାହାର । ଜୀବନର ନିର୍ମମ ବାସ୍ତବତା ମଧ୍ୟରେ ବି ଲୁଚି ରହିଥାଏ ସୁଖର ଠିକଣା, ବାସ୍ତବତାକୁ ଗ୍ରହଣ କରିନେବା ପରେ ଦୁଃଖ ଆଉ ଦୁଃଖ ହୋଇ ରହିନଥାଏ ବରଂ ଜୀବନର ନୂଆ ଦିଗନ୍ତ ଛୁଇଁବାକୁ ନିଜ ଭିତରେ ଅନ୍ତଃପ୍ରେରଣା ସୃଷ୍ଟି ହୁଏ, ଏହା ହିଁ କବିତା ସଂକଳନର ଅନ୍ତସ୍ୱର । ସ୍ଥିତି ଯାହା ବି ହେଉନା କାହିଁକି, ସବୁବେଳେ ସମାଧାନ ଓ ଶାନ୍ତିର ରାସ୍ତାଟିଏ ଉନ୍ମୁକ୍ତ ଥାଏ, ବାସ୍ କେବଳ ନିଜ ଭିତରକୁ ଥରେ ଦେଖିପାରିଲେ ହେଲା । ସଂକଳନରେ ପ୍ରେମରୁ ବିରହ, କଳ୍ପନାର ସବୁଜିମାରୁ ବାସ୍ତବତାର ଚଉହଦୀ ଯାଏ ନାନାବିଧ ଅନୁଭବକୁ ସାଉଁଟି ଗୋଟିଏ ମାଳାରେ ଗୁନ୍ଥି ଦିଆଯାଇଛି । ଯାହା ପାଠକଙ୍କୁ ସ୍ୱପ୍ନ ଦେଖାଇବାରେ ସଫଳ ହେବ ନିଶ୍ଚୟ ।